ଓଡିଆ ଭାଷା, ଓଡିଆ ସାହିତ୍ୟ, ସଂସ୍କୃତି, ଭାଷାବିଜ୍ଞାନ, ପ୍ରାକୃତିକ ଭାଷା ସଂସାଧନ, ସଂକଣକୀୟ ଭାଷାବିଜ୍ଞାନ, ଓଡିଶାର ସଂସ୍କୃତି, କଳା, ଇତିହାସ, ଭାଷାତତ୍ତ୍ୱ, ସାହିତ୍ୟ ତତ୍ତ୍ୱ,ISSN: 2456-9194 (Online)
ISSN: 2456-9194 (Online)
ଓଡ଼ିଆ ଗଳ୍ପ ସାହିତ୍ୟରେ 'ଅନ୍ତର୍ମନର ସ୍ୱର' କିମ୍ବା 'ମାନସିକ ଦ୍ୱନ୍ଦ୍ୱ'କୁ ନେଇ ଆଲୋଚନା ହୋଇଥିଲେ ହେଁ, ସଂଳାପର ମନସ୍ତାତ୍ତ୍ୱିକ ଓ ଦାର୍ଶନିକ ଦୃଷ୍ଟିକୋଣ ଉପରେ ବିଶେଷ ଗବେଷଣା ହୋଇନାହିଁ । ଏହି ଗବେଷଣାପତ୍ରଟି ଓଡ଼ିଆ କ୍ଷୁଦ୍ରଗଳ୍ପରେ ସଂଳାପକୁ କେବଳ ବର୍ଣ୍ଣନାତ୍ମକ ଉପକରଣ ନୁହେଁ; ବରଂ ମାନବୀୟ ଅଭିଜ୍ଞତାର ଗଭୀର ମନସ୍ତାତ୍ତ୍ୱିକ ପରିପ୍ରକାଶ ଭାବେ ଅନୁସନ୍ଧାନ କରିଥାଏ । ସଂଳାପ ଚରିତ୍ରମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହ ସେମାନଙ୍କ ଅବଚେତନ ମନ, ସାମାଜିକ ସ୍ଥିତି ଏବଂ ନୈତିକ ଦ୍ୱନ୍ଦ୍ୱକୁ ବାସ୍ତବବାଦୀ ରୂପେ ପ୍ରକାଶ କରିଥାଏ । ଉନବିଂଶ ଶତାବ୍ଦୀ ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ମନସ୍ତତ୍ତ୍ୱର ପ୍ରୟୋଗ ଚରିତ୍ର ଚିତ୍ରଣ, ପ୍ଲଟର ଅଗ୍ରଗତି ଏବଂ ପାଠକୀୟ ସହଭାଗୀତାକୁ ସମୃଦ୍ଧ କରିଛି । ସଂଳାପର ଶୈଳୀ ଓ ଏହାର ନୈଶବ୍ଦ୍ୟ ମାଧ୍ୟମରେ ଲେଖକମାନେ କାହାଣୀର ଗତି ଓ ଭାବଗମ୍ୟତା ନିର୍ମାଣ କରନ୍ତି । ସଂଳାପ କିପରି ଓଡ଼ିଆ କ୍ଷୁଦ୍ରଗଳ୍ପରେ ସାହିତ୍ୟିକ ବାସ୍ତବବାଦ, ମାନସିକ ଗଭୀରତା ଓ ସାମାଜିକ ସତ୍ୟ ପ୍ରକାଶର ସାର୍ଥକ ମାଧ୍ୟମ ପାଲଟିଛି ।